ରିପୋର୍ଟ କାର୍ଡ / ନୟାଗଡ଼
‘ସେବା ଏକ୍ସପ୍ରେସ୍’ ନାମରେ ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍ ପୁଣି ଅଟକିଛି। ପୂର୍ବରୁ ଜଙ୍ଗଲ ଭିତରେ ଏହି ଟ୍ରେନ୍ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା। ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍ ସମୟରେ ଟ୍ରେନ୍ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିବା ପରେ ଟ୍ରେନ୍ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା। ତେବେ ଦୀର୍ଘ ସମୟ ଧରି ଟ୍ରେନ୍ ଷ୍ଟାର୍ଟ ହୋଇ ନଥବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାକୁ ନେଇ ଷ୍ଟେସନ ମାଷ୍ଟରଙ୍କୁ ଲୋକେ ଘେରି ପାଟିତୁଣ୍ଡ କରିଥିଲେ। ରେଳ ଷ୍ଟେସନରେ ଉତ୍ତେଜନା ଦେଖା ଦେଇଥିଲା । ଟିକେଟ କ୍ୟାନସେଲେସନ ପାଇଁ ଷ୍ଟେସନ ମାଷ୍ଟର ରାଜି ହୋଇ ନଥିଲେ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….