ରିପୋର୍ଟ କାର୍ଡ / ଭଦ୍ରକ
ଗତକାଲି ସରିଛି ଧାମନଗର ଏନଏସି ନିର୍ବାଚନ । ପ୍ରଥମ ଥର କରି ଧାମନଗର ଏନଏସିରେ ୧୧ ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ଆଜି ସକାଳ ୮ରୁ ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ ଧାମନଗର ଏନଏସିରେ ୧୪୪ ଧାରା ଜାରି କରାଯାଇଛି । ଉଲ୍ଲେଖ ଯୋଗ୍ୟ- ମାର୍ଚ୍ଚ ୨୪ରେ ନିର୍ବାଚନ ହେଉଥିବା ବେଳେ, ଯୁବକଙ୍କୁ ଛୁରା ମାଡ଼ ହେବା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏହିକାରଣରୁ ୪ଟି ୱାର୍ଡର ୬ଟି ବୁଥରେ ନିର୍ବାଚନ ସ୍ଥଗିତ ରହିଥିଲା । ଗତକାଲି ସେହି ୬ଟି ବୁଥରେ ପୁନଃ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଇଭିଏମ ମେସିନକୁ କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ୫ତାରିଖ ରାତି ୯ରୁ ୭ତାରିଖ ସକାଳ ୬ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ସମାଗମ ହେବାକୁ ବାରଣ କରିଛି ପ୍ରଶାସନ । ତାହା ସହ ଗଣତି କେନ୍ଦ୍ର ନିକଟକୁ ଚାରିଚକିଆ ଗାଡି ରଖିବା ଓ ନେବା ଉପରେ ରୋକ ଲଗାଯାଇଛି ଥିବା ସୂଚନା ମିଳିଛି |
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….