ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରେସମିଟ୍ ରେ ସୂଚନା ଦେଇଛି । କହିଛନ୍ତି କି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଛି । ୨୨,୩୭୯ ବୁଥରେ ମତଦାନ ସୁରୁଖୁରୁରେ ସରିଛି, ମାତ୍ର କିଛି ସ୍ଥାନରେ ଭୋଟ ଗ୍ରହଣରେ ବିଶୃଙ୍ଖଳା ଦେଖା ଦେଇଥିଲା। ଢେଙ୍କାନାଳ-୩ ଯାଜପୁର-୭, ପୁରୀରେ ୫ଟି ବାଧା ଉପୁଜିଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଳା ପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଶୃଙ୍ଖଳାର ସହ ନିର୍ବାଚନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଟି ବୁଥରେ ସନ୍ଦେହପୂର୍ଣ୍ଣ ମତଦାନ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ଭୋଟ୍ ସ୍ଥଗିତ । ୧୩ ଟି ସ୍ଥାନରେ ଭୋଟ୍ ବାଧାପ୍ରାପ୍ତ । ବିଶେଷ କାରଣରୁ କଳାହାଣ୍ଡିର ଗୋଟିଏ ବୁଥରେ ଭୋଟ ହୋଇନଥିବା ସୂଚନା ଦେଇଛନ୍ତି ଏସଇସି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..