ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ଘରେ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷା କର୍ମୀ ଜନୈକ ଯୁବକଙ୍କୁ ଅଟକ କରିଛନ୍ତି। ତେବେ ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରିଥିବା ବେଳେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଛି। ସୂଚନା ଅନୁଯାୟୀ ଜେରା ବେଳେ ଯୁବକ ଜଣକ ଅଦ୍ଭୁତ କଥା କହିଥିଲେ। ତାଙ୍କ ଦେହରେ ଏକ ଚିପ୍ ଖଞ୍ଜାଯାଇଛି ଏବଂ ସେ ବାହ୍ୟ ଶକ୍ତି ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି। ତେଣୁ ତାଙ୍କ ଶରୀରରେ ଏମଆରଆଇ ସ୍କାନ କରାଯାଇଥିଲା। କିନ୍ତୁ କୌଣସି ଚିପ୍ ଠାବ କରାଯାଇ ନଥିବା ପୋଲିସ କହିଛି। ଯୁବକ ଜଣକର ଘର ହେଉଛି ବେଙ୍ଗାଲୁରରେ। ତେବେ ଏ ପର୍ଯ୍ୟନ୍ତ ତାଙ୍କୁ ଦିଲ୍ଲୀର ଆତଙ୍କବାଦୀ ନିରୋଧୀ ଙ୍କ ଅଧୀନକୁ ନିଆଯାଇ ନାହିଁ। ଅନ୍ୟପକ୍ଷରେ ଅଜିତ ଡୋଭାଲଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ଥିବା ବେଳେ ତାଙ୍କ ବାସଭବନ ଚାରିପଟେ ଅଧିକ ଫୋର୍ସ ମୁତୟନ କରାଯାଇଛି |






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..