ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବାଧୀନତା ଦିବସ ପାଳନ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଲାଲ୍କିଲ୍ଲା ନିକଟରେ ୧୦ ହଜାରରୁ ଅଧିକ ପୋଲିସ ମୁତୟନ ହେବେ। ସମସ୍ତ ସମ୍ବେଦନଶୀଳ ସ୍ଥାନ ତଥା ମେଟ୍ରୋ ଷ୍ଟେସନ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ପ୍ରମୁଖ ବଜାର ଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ଲାଲ୍କିଲ୍ଲା ନିକଟରେ ମଧ୍ୟ ପ୍ରାୟ ୧ ହଜାର ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଲାଗିବ। ଉତ୍ତର, କେନ୍ଦ୍ରୀୟ ଏବଂ ନୂଆ ଦିଲ୍ଲୀରେ ପୁଲିସ ବିଭାଗ ଦ୍ବାରା ଏହି ସବୁ କ୍ୟାମେରା ଲଗାଯିବ। ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବାରୁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି ହୋଇଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..