ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଆଜି ବୈକୁଣ୍ଠ ନାଥ ଷଡଙ୍ଗୀ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି । ବାବୁଙ୍କ ଘରେ ଏତେ ଟଙ୍କା ଥିଲା ଯେ ଭିଜିଲାନ୍ସକୁ ଦେଖି ଛାନିଆରେ ଝରକା ପରେ ବାହାରକୁ ଟଙ୍କା ଫିଙ୍ଗି ଦେଇଥିଲେ । ଏଯାବତ ବୈକୁଣ୍ଠ ନାଥଙ୍କ ଘରୁ ୨କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ବୈକୁଣ୍ଠ ନାଥଙ୍କ ନାଁରେ ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଭୁବନେଶ୍ୱର, ପୁରୀ, ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..