Report Card Odisha

| Daily Odia News

ସେଲ୍ଫି ନେବାବେଳେ ନଦୀରେ ଭାସିଗଲେ ଯୁବକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସେଲ୍ଫି ନେଇ ବିପଦକୁ ଟାଣି ଆଣିଲେ ଯୁବକ | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମନୋହରପୁର ପଞ୍ଚାୟତ ଅନ୍ତର୍ଗତ ସାନ ପୁରୁଣାପାଣି ଗାଁ ନିକଟବର୍ତ୍ତୀ ବୈତରଣୀ ନଦୀର ସୁନାମୁନିକୁ ବୁଲିବାକୁ ଆସି ବୁଧବାର ଦିନ ନଦୀରେ ଖସି ଯାଇ ନିଖୋଜ ଥିବା ଯୁବକଙ୍କ ସନ୍ଧାନ ମିଳିପାରିନାହିଁ। ଠାକୁରମୁଣ୍ଡା ଓ ପାଟଣା ବ୍ଲକର ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ବାରା ଆଜି ସକାଳୁ ନଦୀ ଭିତରେ ପଶି ତଲାସୀ କାର୍ଯ୍ୟ କରାଯାଇଛି। ଘଟଣାସ୍ଥଳରେ ଆନନ୍ଦପୁର ତହସିଲଦାର ଓ ନିଖୋଜ ଯୁବକଙ୍କ ପରିବାର ଲୋକେ ଉପସ୍ଥିତ ଅଛନ୍ତି। କିନ୍ତୁ ଦିନ ୧୨ ଟା ସୁଦ୍ଧା ନିଖୋଜ ଯୁବକଙ୍କୁ ଠାବ କରାଯାଇ ପାରିନାହିଁ। ଘଟଣାରୁ ପ୍ରକାଶ ଯେ, ବୁଧବାର ଦିନ କରଞ୍ଜିଆର ଅଙ୍କିତ ପେ୍ରିୱାଲଙ୍କ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଶ୍ରୀରାମ ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହାରପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସାନ ପୁରୁଣାପାଣି ଗ୍ରାମ ନିକଟ ସୁନାମୁନି ବୁଲିବାକୁ ଆସିଥିଲେ l ଅପରାହ୍ଣ ପ୍ରାୟ ୪.୩୦ ମିନିଟ ସମୟରେ ନଦୀ ଭିତରେ ପଶି ସେଲ୍ଫି ଫଟୋ ଉଠାଉଥିବାବେଳେ ଜଣେ ସମ୍ପର୍କୀୟ ସହିତ ପାଣିରେ ଖସି ପଡ଼ିଥିଲେ l ସାଥିରେ ଯାଇଥିବା ଅନ୍ୟମାନେ ନଦୀ ଭିତରୁ ଜଣକୁ ଉଦ୍ଧାର କରି ଥିବା ବେଳେ ଶ୍ରୀରାମ ଭାସି ଯାଇଥିଲା ଲ ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତଲାସୀ କରିଥିଲେ। ସେହି ଅଞ୍ଚଳଟି ଘଞ୍ଚ ଜଙ୍ଗଲ ସହ ଦୁର୍ଗମ ଅଞ୍ଚଳ ହୋଇଥିବା ରୁ ରାତି ହୋଇ ଯିବାରୁ ଅନ୍ଧକାର ରେ ତଲାସୀ କାମ ହୋଇପାରିନଥିଲା। ଶ୍ରୀରାମ ଚାଇଁବସା ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆ ଆସି ସୁନାମୁନି ବୁଲିବାକୁ ଆସି ଗାଧେଇବା ବେଳେ ଚୋରା ବାଲିରେ ଖସି ନଦୀରେ ବୁଡି ଯାଇ ନିଖୋଜ ହୋଇ ଯାଇଥିଲେ l ଏ ନେଇ ଆନନ୍ଦପୁର ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରି ସହ ତାଙ୍କ ପିଲାକୁ ଖୋଜି ବାହାର କରିଦେବା ପାଇଁ ନିବେଦନ କରିଛନ୍ତି।

Breaking News