Report Card Odisha

| Daily Odia News

ଟ୍ରେନ୍‌ ଓ ଟ୍ରାକ୍‌ରେ ସେଲ୍‌ଫି,ରିଲ୍ସ କଲେ ଜେଲ୍‌ଦଣ୍ଡ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳନ୍ତା ରେଳ, ରେଳ ଲାଇନ ଏବଂ ରେଳ ଚାଲୁଥିବା ସମୟରେ ପାର୍ଶ୍ବବର୍ତ୍ତୀରେ ସେଲ୍‌ଫି କିମ୍ବା ରିଲ୍ସ କଲେ ଅପରାଧିକ ମାମଲା ରୁଜୁ ସହିତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଆରପିଏଫ ଏବଂ ଜିଆରପିକୁ ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମ ରୁଚିଶୀଳଙ୍କୁ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ରେଳର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କିମ୍ବା ‘ରିଲ୍‌’ କରିବା ବେଆଇନ ଅଭ୍ୟାସ ବିରୋଧରେ ସତର୍କ କରିଛି। ଏସଂକ୍ରାନ୍ତରେ ପୂର୍ବତଟ ରେଳପଥ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି। ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି ଯେ, ଏପରି ବେପରୁଆ କାର୍ଯ୍ୟ କେବଳ ଜୀବନ ପାଇଁ ବିପଦପୂର୍ଣ୍ଣ।

Breaking News