ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଗିରଫ ହୋଇଛନ୍ତି । ପାତ୍ର ଚାୱଲ ଜମି ଦୁର୍ନୀତି ମାମଲା ଓ ତାଙ୍କ ଘରୁ ୧୧.୫୦ ଲକ୍ଷ ଟଙ୍କା ମିଳିବା ଥିଲା | ପ୍ରବର୍ତ୍ତନ ନିର୍ଦେଶାଳୟ ବିଳମ୍ବିତ ରାତିରେ ସଞ୍ଜୟଙ୍କୁ ଦୀର୍ଘ ୧୭ ଘଣ୍ଟାର ଜେରା ପରେ ଇଡି ଗିରଫ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଏକ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ରବିବାର ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଥିଲା। ସଞ୍ଜୟଙ୍କ ଘରେ ଚଢଉ କରିବାର କିଛି ଘଣ୍ଟା ପରେ ଇଡି ତାଙ୍କୁ ଅଟକ ରଖିଥିଲା। ସେହିପରି ଚଢଉ ସମୟରେ ସଞ୍ଜୟଙ୍କ ଘରୁ ୧୧.୫୦ଲକ୍ଷ ଟଙ୍କା ଜବତ ହୋଇଥିଲା। ମୁମ୍ବଇର ଗୋରେଗାଓଁ ଅଞ୍ଚଳର ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ଜେରା ନିମନ୍ତେ ଇଡି ତାଙ୍କୁ ସମନ ଜାରି କରିଥିଲା। ଏହି ଜମି ଦୁର୍ନୀତି ଘଟଣାରେ ସଞ୍ଜୟଙ୍କ ପତ୍ନୀ ବର୍ଷା ଓ ଅନ୍ୟ ସହଯୋଗୀଙ୍କ ସହିତ ହୋଇଥିବା ବେଆଇନ ଅର୍ଥ କାରବାର ଉପରେ ଇଡି ତଦନ୍ତ କରୁଛି। ଜୁଲାଇ ୧ରେ ସଞ୍ଜୟ ଇଡି ନିକଟରେ ହାଜର ପୂର୍ବକ ନିଜର ବୟାନ ରେକର୍ଡ କରାଇଥିଲେ। ପରେ ଆଉ ଦୁଇଥର ଇଡି ତାଙ୍କୁ ସମନ ଜାରି କରିଥିବାବେଳେ ଏହାକୁ ସେ ଏଡାଇ ଯାଇଥିଲେ। ରବିବାର ସକାଳେ ମୁମ୍ବଇ ଉପକଣ୍ଠ ଭାଣ୍ଡୁପସ୍ଥିତ ସଞ୍ଜୟଙ୍କ ଘର ‘ମୈତ୍ରୀ’ ଉପରେ ଇଡି ଚଢଉ କରିଥିଲା। ପରେ ତାଙ୍କୁ ଅଟକ ରଖିଥିଲା। ଇଡିର ଏପରି କାର୍ଯ୍ୟାନୁଷ୍ଠାନ ପରେ ସଞ୍ଜୟ କହିଛନ୍ତି ଯେ ପାତ୍ର ଚାୱଲ ଜମି ଦୁର୍ନୀତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହା ତାଙ୍କ ବିରୋଧରେ ଏକ ରାଜନୈତିକ ଷଡଯନ୍ତ୍ର। ଇଡି ଚଢଉକୁ ନେଇ ତାଙ୍କ ସମର୍ଥକମାନେ ଘର ବାହାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
More Stories
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..