ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ବରିଷ୍ଠ ନାଗରିକମାନେ ମାଗଣାରେ ବିମାନ ଯାତ୍ରା କରିପାରିବେ। ରେଳବାଇ ଦ୍ୱାରା ଦିଆଯାଇଥିବା ରିହାତି ପରେ ବର୍ତ୍ତମାନ ବିମାନରେ ମାଗଣା ଭ୍ରମଣର ସୁବିଧା ଉପଲବ୍ଧ। ସୂଚନାମୁତାବକ କେନ୍ଦ୍ର ସହିତ ଅନେକ ପ୍ରକାରର ସୁବିଧା ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛନ୍ତି ଯେଉଁଥିରେ ସେମାନଙ୍କୁ ବିମାନ ଯୋଗେ ଯାତ୍ରା କରିବାର ସୁବିଧା ଦିଆଯାଉଛି।ଏହା ଦ୍ୱାରା ରାଜ୍ୟର ବରିଷ୍ଠ ନାଗରିକମାନେ ଆସନ୍ତା ମାସରୁ ବିମାନ ଯୋଗେ ତୀର୍ଥଯାତ୍ରା କରିବାର ବିକଳ୍ପ ପାଇବେ ବୋଲି ସେ କହିଛନ୍ତି। ସନ୍ଥ ରବିଦାସଙ୍କ ଜନ୍ମ ବାର୍ଷିକୀ ତଥା ଚାମ୍ବଲ ଡିଭିଜନର ବିକାଶ ଯାତ୍ରା ଆରମ୍ଭରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଦର୍ଶନ ଯୋଜନା ଅଧୀନରେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକମାନେ ସରକାରୀ ଖର୍ଚ୍ଚରେ ତୀର୍ଥସ୍ଥାନକୁ ଯାଇପାରିବେ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..