Report Card Odisha

| Daily Odia News

ଦଳକୁ ଟାର୍ଗେଟ୍ କଲେ ପଞ୍ଚାନନ କାନୁନଗୋ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିସ୍ଫୋରକ ବୟାନ ଦେଇ ହଟଚମଟ ସୃଷ୍ଟି କରିଛନ୍ତି। ରାଜ୍ୟ କଂଗ୍ରେସର ଷ୍ଟଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଞ୍ଚାନନ କାନୁନଗୋ | କହିଛନ୍ତି, ଓଡ଼ିଆ ଅସ୍ମିତା କଥା କୁହାଯାଉଛି, ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡ଼ିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ। ଦୁର୍ଭାଗ୍ୟର କଥା ଜଣେ ଅଣ ଓଡ଼ିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହେଇନଥିଲେ। ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କାହିଁକି କମିଟି ଗଠନ ହେଲା ଓ ତାର କାମ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପାରଗତା ଲୁଚେଇବା ପାଇଁ ପରାଜୟର ସମୀକ୍ଷା କରାଗଲାନି। ସମୀକ୍ଷା ହୋଇଥିଲେ ପରାଜୟ ପଛର କାରଣ କଣ ଜଣାପଡ଼ିଯାଇଥାନ୍ତା।

Breaking News