Report Card Odisha

| Daily Odia News

ବରିଷ୍ଠ ସାମ୍ବାଦିକଙ୍କ ପର‌ଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଗୁହା ରାୟଙ୍କର ଆଜି ଦେହାନ୍ତ ହୋଇଛି। ସାମ୍ବାଦିକତା ଜଗତରେ ସେ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ଅନୁସନ୍ଧାନକାରୀ ଖବର ଏବଂ ମାନବ କଲ୍ୟାଣ ଦିଗକୁ କେନ୍ଦ୍ର କରି ରିପୋର୍ଟିଂ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଉତ୍କୃଷ୍ଟ ସାମ୍ବାଦିକତା ପାଇଁ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୧ରେ କୋଇଲା ଦୁର୍ନୀତି ଏବଂ ୨୦୧୨ରେ ଜିଏମଆର ନେତୃତ୍ୱାଧୀନ ଦିଲ୍ଲୀ ବିମାନବନ୍ଦର ଦୁର୍ନୀତିକୁ ସାମ୍ନାକୁ ଆଣିଥିବାରୁ ଶାନ୍ତନୁ ଗୁହା ରାୟଙ୍କୁ ଅନେକ ପୁରସ୍କାର, ସମ୍ମାନ ଓ ଶ୍ରେୟ ଦିଆଯାଇଥିଲା। ଶାନ୍ତନୁଙ୍କ ରିପୋର୍ଟିଂ ଦେଖି ୱାଶିଂଟନ୍ ପ୍ରେସ୍ କ୍ଲବ୍ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଶାନ୍ତନୁ ଗୁହା ୨୦୧୫ରେ କ୍ରିକେଟକୁ କେନ୍ଦ୍ର କରି ଏକ ଆର୍ଟିକାଲ ଲେଖି ସ୍ବାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ରାମନାଥ ଗାଏଙ୍କା ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହିତ ଭାରତରେ ଗର୍ଭାଶୟ କର୍କଟ ‌ହେତୁ ହେଉଥିବା ମୃତ୍ୟୁ ବିଷୟରେ ରିପୋର୍ଟିଂ କରି ଲାଡକି ପୁରସ୍କାର ପ୍ରାପ୍ତ କରିଛନ୍ତି ସେ।

Breaking News