ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫାଲି ଏସ୍ ନରିମନଙ୍କର ପରଲୋକ ଘଟିଛି । ନରିମନ ୯୫ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଇନ ଜଗତରେ ନରିମନ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ପରି ସମ୍ମାନରେ ସମ୍ମାନିତ ହୋଇଥିଲେ। ଫାଲି ଏସ୍ ନରିମନ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଥିଲେ। ସେ ଦେଶର ଜଣେ ଆଗଧାଡ଼ିର ଆଇନଜୀବୀ ଭାବେ ବେଶ୍ ଜଣାଶୁଣା ଥିଲେ। ଫାଲି ଦୀର୍ଘ ୭୦ ବର୍ଷ କାଳ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଓକିଲାତି କରିଥିଲେ। ଏହାପରେ ୧୯୯୯ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଆଇନ ବିଷୟ ଉପରେ ତାଙ୍କର ବହୁ ବହି ବେଶ୍ ଲୋକପ୍ରିୟ ହୋଇ ପାରିଛି।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……