Report Card Odisha

| Daily Odia News

ସେପ୍ଟେମ୍ବର ଶେଷ ସୁଦ୍ଧା ଯୁକ୍ତ ୨ ନାମଲେଖା ସାରିବାକୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ବର୍ଷ ବିନା ପରକ୍ଷାରେ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଛି | ଏହାକୁ ନେଇ କିଛି ଛାତ୍ରଛାତ୍ରୀ ଖୁସି ଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବାନେଇ ଦେଖାଦେଇଛି । ବୋର୍ଡ ପକ୍ଷରୁ ଅଫଲାଇନ୍‌ ରେ ପରୀକ୍ଷାର ସୁଯୋଗ ରହିଛି କିନ୍ତୁ ସର୍ତ୍ତାବଳୀ ଲାଗୁହୋଇଛି । ପରୀକ୍ଷା ଦେବାକୁ ଛାଉନଥିବା ଛାତ୍ରଛାତ୍ରୀ ସମସ୍ତ ବିଷୟରେ ପରୀକ୍ଷା ଦେବେ | କୋଭିଡ୍‌ ସ୍ଥିତି ସମୀକ୍ଷା କରି ଅଗଷ୍ଟ ଶେଷ ସୁଦ୍ଧା ଅଫଲାଇନ୍‌ (ଫିଜିକାଲ୍‌ ମୋଡ୍‌) ପରୀକ୍ଷା କରି ଫଳ ବାହାର କରିବାକୁ ପ୍ରୟାସ ଜାରି ରଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧିକାରୀ । ଚଳିତ ବର୍ଷ ନାମଲେଖା ପ୍ରକ୍ରିୟାରେ ଭାଗ ନେବାକୁ ସେହି ଛାତ୍ରଛାତ୍ରୀଙ୍କୁ ମଧ୍ୟ ସୁଯୋଗ ଦିଆଯିବ । ଯୁକ୍ତ ଦୁଇ ନାମଲେଖାର ସମସ୍ତ ପ୍ରକ୍ରିୟା ସେପ୍ଟେମ୍ବର ଶେଷ ସୁଦ୍ଧା ସରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅପରପକ୍ଷେ ଦଶମ ପାସ୍‌ ହୋଇଥିବା ପିଲାଙ୍କ ସଂଖ୍ୟା ଅଧିକ ଥିବା ବେଳେ ରାଜ୍ୟରେ ଯୁକ୍ତ ଦୁଇ କଲେଜ ସିଟ୍‌ ସଂଖ୍ୟା କମ୍‌ ରହିଛି । ଫଳରେ ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ଏକ ବଡ଼ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ନାମଲେଖା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ସରକାର ତୁରନ୍ତ ଦୂର କରନ୍ତୁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦାବି କରିଛି । ସେହିପରି ଏହି ସମସ୍ୟାର ସମାଧାନ ପାଇଁ ପ୍ରବେଶିକାରେ ସ୍ୱଚ୍ଛତା ସହିତ ଉଚିତ ମାନଦଣ୍ଡ ନିର୍ଦ୍ଧାରଣ କରିବା ଓ ସରକାର ରାଜ୍ୟର ଆଞ୍ଚଳିକ ମହାବିଦ୍ୟାଳୟଗୁଡିକର ସିଟ୍‌ ସଂଖ୍ୟା ବୃଦ୍ଧିି କରିବାକୁ ଏବିଭିପି ଦାବି କରିଛି । ଗତବର୍ଷ ତୁଳନାରେ ଏ ବର୍ଷ ଯୁକ୍ତ ଦୁଇ କଲେଜଗୁଡିକରେ କଟ୍‌ ଅଫ୍‌ ମାର୍କ ବଢ଼ିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଆଶଙ୍କା କରୁଛନ୍ତି ।

Breaking News