Report Card Odisha

| Daily Odia News

ସେପ୍ଟେମ୍ବର ସୁଦ୍ଧା ପିଲାଙ୍କୁ ହୋଇପାରେ ଟିକାକରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ପିଲାମାନଙ୍କ ପାଇଁ ସେପ୍ଟେମ୍ବର ସୁଦ୍ଧା କୋଭିଡ ଟିକାକରଣ ଆରମ୍ଭ ହୋଇପାରେ | ଏନେଇ ଆଜି ଏମସ୍‍ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂକ୍ରମଣ ସହ ଲଢେଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଜାଇଡସ ପରୀକ୍ଷା କରି ସାରି ଏହାର ଜରୁରୀକାଳୀନ ବ୍ୟବହାରକୁ ଅପେକ୍ଷା କରିଛି। ଭାରତ ବାୟୋଟେକର କୋଭାକ୍ସିନ ପରୀକ୍ଷା ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବା ସମ୍ଭବାନା ଏବଂ ସେହି ସମୟରେ ଆମେ ନିଶ୍ଚୟ ଅନୁମୋଦନ ପାଇବୁ ବୋଲି ଆଶା।
କୋଭିଡ -୧୯ ଟିକା ପରୀକ୍ଷା ନିମନ୍ତେ ଜୁନ ୭ରେ ଦିଲ୍ଲୀ ଏମସ୍‍ ୨ରୁ ୧୭ ବର୍ଷିୟ ପିଲାଙ୍କୁ ଚୟନ କରିଥିଲା। ୨ବର୍ଷ ବୟସ୍କ ପିଲାମାନଙ୍କ ନିକଟରେ ୨ୟ ଓ ୩ୟ ପର୍ଯ୍ୟାୟ କୋଭାକ୍ସିନ ଟିକା ପରୀକ୍ଷା କରିବା ପାଇଁ ମେ ୧୨ ତାରିଖରେ ଡିସିଜିଆଇ ଭାରତ ବାୟାଟେକକୁ ଅନୁମତି ପ୍ରଦାନ କରିଥିଲେ। ୧୭୫ ଜଣ ପିଲାଙ୍କ ନିକଟରେ ଏହି ଟିକା ପରୀକ୍ଷା କରାଯାଇଛି। ୨ୟ ପାନ ପ୍ରଦାନ କରାଯିବା ପରେ ଏହି ପରୀକ୍ଷାର ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଆସିଯିବ, ଏହା ପିଲାଙ୍କ ପାଇଁ କେତେ ନିରାପଦ ତାହା ମଧ୍ୟ ସ୍ପଷ୍ଟ ହେବ।

Breaking News