ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ପାଓ୍ୱାର ହାଉସ୍ ଛକରେ ଘଟିଛି ସିରିଜ୍ ଦୁର୍ଘଟଣା । ଏଥିରେ ୩ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଶନିବାର ଦିନ ପାଓ୍ୱାର ହାଉସ୍ ଛକରେ ଏକ କାର୍ ଦ୍ରୁତ ଗତିରେ ଆସି ଟ୍ରାଫିକ୍ ଉପରେ ଠିଆ ହୋଇଥିବା ଗାଡିକୁ ଧକ୍କା ଦେଇଥିଲା । ସମ୍ମୁଖରେ ଥିବା ଦୁଇଟି କାର ସହ ଏକ ଯାତ୍ରା ନେଇ ଯାଉଥିବା ଟ୍ରାଭେଲର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ମୋଟ ତିନୋଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ତିନି ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..