ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଳାଶୁଣିରେ ସିରିଜ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି | ଆହତ ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଳାଶୁଣିରେ ପଛକୁ ପଛ ୩ଟି ଟ୍ରକ ପିଟି ହୋଇଥିବା ଜଣାପଡ଼ିଛି। ଭାରସାମ୍ୟ ହରାଇ ପ୍ରଥମେ ଗୋଟିଏ ଟ୍ରକ ଡିଭାଇଡରକୁ ପିଟିବା ପରେ ତା’ ପଛକୁ ଆଉ ୩ଟି ଟ୍ରକ ପିଟିହୋଇଥିଲା। ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ କରିଥିଲେ। ଏହି ସିରିଜ ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ସିରିଜ ଦୁର୍ଘଟଣା ଯୋଗୁଁ ପଳାଶୁଣି ଉଭୟ ରାସ୍ତାରେ ଯାନବାହନ ବହୁ ସମୟ ଧରି ଅଟକି ରହିଥିଲା।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..