ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିସିଲ୍ଡ ଡୋଜ୍ ମାଗଣାରେ ଦେବ। ଚୀନ୍ ସମେତ କିଛି ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିଥିବାବେଳେ ସିରମ୍ ଇନଷ୍ଟିଚ୍ୟୁଟ ଏହି ସମୟରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନାନୁଯାୟୀ ଏସ୍ଆଇଆଇର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଏକ ଚିଠି ଲେଖି ୪୧୦ କୋଟି ଟଙ୍କାର ଡୋଜ୍ ଦେବାପାଇଁ ଅଫର୍ ଦେଇଛନ୍ତି। ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଏସ୍ଆଇଆଇ ପକ୍ଷରୁ ଏଯାବତ କେନ୍ଦ୍ର ସରକାରଙ୍କୁ ୧୭୦ କୋଟିରୁ ଅଧିକ କୋଭିସିଲ୍ଡ ଡୋଜ୍ ଦିଆଯାଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..