ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସାମାନ୍ୟ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮ହଜାର ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫,୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩,୭୧୭ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୯୨୭ ପଜିଟିଭ୍ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨,୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୧୬୦, ବାଲେଶ୍ୱର ୨୯୦, ବରଗଡ ୧୪୧, ଭଦ୍ରକ ୧୧୭, ବଲାଙ୍ଗିର ୨୩୨, ବୌଦ୍ଧ ୯୩, କଟକ ୬୨୮, ଦେବଗଡ ୫୫, ଢେଙ୍କାନାଳ ୧୦୦, ଗଜପତିରୁ ୯୨ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୫୩, ଜଗତସିଂହପୁର ୧୮୦, ଯାଜପୁର ୨୦୯, ଝାରସୁଗୁଡା ୧୪୪, କଳାହାଣ୍ଡି ୨୩୯, କନ୍ଧମାଳ ୧୦୯, କେନ୍ଦ୍ରାପଡା ୯୨, କେନ୍ଦୁଝରରେ ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହେଲେ ଆଉ ୧୦,୩୯୦ ଆକ୍ରାନ୍ତ । ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୦ଲକ୍ଷ ୯୯ହଜାର ୪୨୩ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସକ୍ରିୟ ଆକ୍ରାନ୍ତ ୮୮ହଜାର ୧୫୦ ରହିଥିବା ବୋଳ, ରାଜ୍ୟରେ ଏଯାଏ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୯୬ହଜାର ୧୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜିର ୭ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଭଦ୍ରକ, କଟକ, ଯାଜପୁର, ମୟୁରଭଞ୍ଜ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……