ରିପୋର୍ଟ କାର୍ଡ / ମାଲକାନଗିରି
ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ସବୁବେଳେ ଲୋକଙ୍କ ଗହଳି ଲାଗିରହୁଥିଲା | ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା। ପୋଲିସ ଉକ୍ତ ଘରୁ ୨ ଯୁବକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା କୁମୁଟିଗୁଡାରେ ଦେଖିବାକୁ ମିଳିଛି । ଏକ ଭଡ଼ା ଘରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ ଚାଲୁଥିଲା। ଏଠାକୁ ସବୁବେଳେ ଭିନ୍ନ ଭିନ୍ନ ଲୋକେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ଖବର ପାଇ ଗତକାଲି ରାତିରେ ପୋଲିସ ଟିମ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ଘରୁ ୨ ଜଣ ଯୁବକ ଓ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ୨ ଯୁବକଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି |






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..