ରିପୋର୍ଟ କାର୍ଡ / ରାୟଗଡା
ଲଜ୍ରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୨ ରୂପଜୀବୀ ଙ୍କୁ ଉଦ୍ଧାର କରିଛି | ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା ଗୁଣୁୁପୁର ସହରରୁ | ଦୁଇ ଲଜ୍ରେ ଦୀର୍ଘ ଦିନଧରି ଚାଲିଥିଲା ସେକ୍ସ ରାକେଟ୍କୁ ପୋଲିସ ଠାବ କରିଛି । ଘଟଣାରେ ଦୁଇ ଲଜ୍ରେ ମାଲିକଙ୍କ ସହ ୨ଗ୍ରାହକକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଗୁଣୁପୁର ସହରର ଆଦର୍ଶ ନଗର ଅଞ୍ଚଳର ଏଆର୍କେଏସ୍ ଓ ହଳଦିଆ ନାଳ ନିକଟସ୍ଥ ଲଜ୍ ଭାନୁଦେବ ସେକ୍ସ୍ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଆଦର୍ଶ ନଗର ଅଞ୍ଚଳ ଏଆର୍କେଏସ୍ ଲଜ୍ରେ ଚଢ଼ାଉ ବେଳେ ଏହାର ମାଲିକ ପ୍ରଭାକର ସାବତ ଓ ଗ୍ରାହକ ରତ୍ନାଲୁ ବାବୁରାଓକୁ ଗିରଫ କରିଛି ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……