ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଆଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ | ସବୁ ସୌଜନ୍ୟତା ଭୁଲି, ଯାହାକୁ ଯା ଇଚ୍ଛା କହିଯାଉଥିଲେ। ବ୍ୟବହାର ବଦଳରେ ଦୁର୍ବ୍ୟହାର ଶିକାର ହେଉଥିଲେ ମହିଳା କର୍ମଚାରୀ । ଏହାପରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଦାଖଲ କରିଲେ କାର୍ଯ୍ୟାଳୟର ମହିଳା କର୍ମଚାରୀ। ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବା ପରେ କାର୍ଯ୍ୟାଳୟରେ ହୋହାଲ୍ଲା ହୋଇଥିଲ । ବଡପାଟିରେ ତୁତୁ ମେମେଁ ଯାଏଁ କଥା ଯାଇଥିଲା। ପରେ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗପତ୍ରରେ ସେ ଜଣାଇଛନ୍ତି, ଯୋଗାଣ ବିଭାଗର ବାବୁ ଜଣକ କାର୍ଯ୍ୟରେ ଯୋଗଦେବା ଦିନଠାରୁ ମୋତେ ଦୁର୍ବବହାର କରୁଛନ୍ତି । ତାଙ୍କ କଥାରେ ମୋତେ ଯୌନ ନିର୍ଯାତନା ଦିଅନ୍ତି। ଅସହ୍ୟ ହେବା ପରେ ଲିଖିତ ଭାବେ ଜଣାଇଛି। ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନ ନେଲେ ସେ ଏଫଆଇଆର ଦେବେ ବୋଲି ଜଣାଇଛନ୍ତି। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେ ଷ୍ଟେନୋଙ୍କ ଚାମ୍ବରରେ ବସି କାନ୍ଦି କାନ୍ଦି ଲିଖିତ ଆକାରରେ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିକଟକୁ କଥା ପହଞ୍ଚିବା ପରେ ସେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ଜିଲ୍ଲାପାଳ ପଚରାଉଚରା କରିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ କହିଛନ୍ତି, ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..