ରିପୋର୍ଟକାର୍ଡ / ଭୁବନେଶ୍ବର
ରାଜ୍ୟରେ ଫରେନ୍ସିକ୍ ବିଶ୍ବବିଦ୍ୟାଳୟର ସ୍ଥାୀୟ କ୍ୟାମ୍ପସ୍ ପ୍ରତିଷ୍ଠା ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତ କାଳରେ ରାଜ୍ୟରେ ଫରେନ୍ସିକ୍ ବିଶ୍ବବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଶ୍ରୀ ସାମଲ ସାମ୍ବାଦିକମାନଙ୍କୁ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୦ ତାରିଖ ଦିନ ଓଡ଼ିଶା ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ଦୁଇଦିନିଆ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ଶ୍ରୀ ଶାହ ପ୍ରଥମେ ଜଟଣୀ ଅଭିମୁଖେ ବାହାରିବେ। ସେଠାରେ ଫରେନ୍ସିକ୍ ବିଶ୍ବବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ଏହା ପରେ ଗୃହମନ୍ତ୍ରୀ ପୁରୀ ଯିବେ। ସେଠାରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଗସ୍ତର ଦ୍ବିତୀୟ ଦିନରେ ସମ୍ବଲପୁର ଗସ୍ତ କରିବେ। ଏହି ଅବସରରେ ସେ ୧୧ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଦ୍ବିତୀୟ ଦିନର ଗସ୍ତ ଶେଷ କରି ଦିଲ୍ଲୀ ଫେରିଯିବା ପୂର୍ବରୁ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରେ ସେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସହ ଜନସଭାକୁ ସମ୍ବୋଧିତ କରିବେ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..