Report Card Odisha

| Daily Odia News

ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କଲା ଶଳା…..

ରିପୋର୍ଟ କାର୍ଡ / ବାଲିପାଟଣା

ବଜାର ମଝିରେ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କରିଛି ଶଳା। ବାଲିପାଟଣା ଥାନା ଅନ୍ତର୍ଗତ ନର୍ଦ୍ଦା ବଜାରରେ ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ରେଙ୍ଘାଳୋ ହାଟମହଲା ବସ୍ତିର ମୁନା ଖାଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ମୁନା ଏବଂ ତାଙ୍କ ଶଳାଙ୍କ ମଧ୍ୟରେ ମାସକ ତଳେ ପାଟିତୁଣ୍ଡ ହୋଇଥିଲା। ବୁଧବାର ରାତିରେ ମୁନା ନର୍ଦ୍ଦା ବଜାରକୁ କୌଣସି କାମରେ ଯାଇଥିଲେ। ହଠାତ ତାଙ୍କ ଶଳା ସେଠାରେ ପହଞ୍ଚି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା। ଗୋଟିଏ ହାତ ମଧ୍ୟ ଶରୀରରୁ ଅଲଗା ହୋଇଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Breaking News