ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ବନ୍ଦ କରିବାକୁ ସରକାର ନାଁ ଧରୁ ନ ଥିବାରୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି, ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି। ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି। ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି। ମୋ ଦାୟିତ୍ୱ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି। ସେ କହିଛନ୍ତି, ମୁଁ ଯାହା କୁହେ ନିର୍ଭୟରେ କୁହେ, ଇନ୍ଦ୍ର ବି ମୋ’ ଉପରେ ଚାପ ପକାଇ ପାରିବେନି। ସେମାନେ ମୋତେ ଡରନ୍ତି, ସେଥିପାଇଁ ମୁଁ ନ ଥିଲା ବେଳେ କାମ କରନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଶଙ୍କରାଚାର୍ଯ୍ୟ | ଏହାକୁ ନେଇ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ତାହାକୁ ନେଇ ଚାଲିଥିବା ରାଜନୀତି ସଂପର୍କରେ ପରୋକ୍ଷରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ପଚାରି ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ଶଙ୍କରାଚାର୍ଯ୍ୟ। ବିଜେପି ମିଶିକରି ଚାଲୁଛି ହେଲେ କଂଗ୍ରେସ ଆଉ କଣ ଅଛି ବୋଲି ପଚାରିଛନ୍ତି ଶଙ୍କରାଚାର୍ଯ୍ୟ । କେବଳ ସେତିକି ନୁହେଁ, ସେ କହିଛନ୍ତି ଏଠାରେ ସରକାରଙ୍କ ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି। ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି। ତାଙ୍କୁ ଯେବେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ସେ ମାନିବେ। ତା ପୂର୍ବରୁ ଏମାନେ ମାନିବେ ନାହିଁ।






More Stories
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..