ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ବଡ଼ ଝଟକା ଲାଗିଛି। ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେଇଛନ୍ତି ନିର୍ବାଚନ ଆୟୋଗ। କମିସନ କହିଛନ୍ତି, ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଓ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ। ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶରଦ ପାୱାର। ଜାତୀୟତାବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାର ଆଜି ତାଙ୍କ ପୁତୁରା ତଥା ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଏନସିପି ଭାବରେ ସ୍ୱୀକୃତି ପ୍ରଧାନ କରିଥିବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରିଛନ୍ତି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..