ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ସୋମବାର ଏନ୍ସିପି ମୁଖ୍ୟ ଶରଦ ପାୱାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହାକୁ ନେଇ ଅନେଇ ରାଜନୀତିର ଚିତ୍ର ବଦଳିଯିବ ବୋଲି ଚର୍ଚ୍ଚା ଜୋର ଧରିଛି | ହେଲେ କେଉଁ ବିଷୟକୁ ନେଇ ଏମାନଙ୍କ ମଧ୍ୟରେ କଥା ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ତେଣୁ ଏବେ ଏହି ସାକ୍ଷାତ୍କାରକୁ ନେଇ ରାଜନୀତିରେ ଉଷ୍ମତା ଦେଖାଦେଇଛି । ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଅନ୍ୟ ବିରାଧୀ ନତାଙ୍କୁ ଏକାଠି କରିବାକୁ ପ୍ରୟାସ ରିବା ସମୟରେ ଏନ୍ସିପି ଓ ଭାଜପା ନେତାଙ୍କ ନିୟମିତ ବୌଠକ ବହୁ ପ୍ରଶ୍ନ ଉଠାଉଛି । ଗୋଟିଏ ଦିନ ପୂର୍ବରୁ ଏନ୍ସିପି ନେତା ତଥା ଏମ୍ପି ସୁପ୍ରିୟା ସୁଲେ ଓ ସୁନିଲ ତଟକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ସହ ସାକ୍ଷାତ୍ କରିଥିଲେ । ଏହାସହ ମଙ୍ଗଳବାର ସକାଳେ ରାହୁଲ ଗାନ୍ଧୀଙ୍କ ଚା’ ପାଟିରେ ବି ସୁପ୍ରିୟା ଯୋଗ ଦେଇଥିଲେ । ହେଲେ ଏବେ ଶାହାଙ୍କ ସହ ପାୱାରଙ୍କ ସାକ୍ଷାତ୍କାର ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା କହୁଛି ଶାହାଙ୍କୁ ଭେଟି ପାୱାର କରୋନା ଓ ବନ୍ୟା ପରିସ୍ଥିତି ବିଷୟରେ ଆଲାଚନା କରିଥାଇ ପାରନ୍ତି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..