ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ରାଜନୀତିରେ ଦାଦା ପୁତୁରାଙ୍କର ଟୁଟୁନି ବିବାଦ | ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନ୍ସିପିକୁ ଲାଗିଛି ବଡ଼ ଝଟ୍କା । ଦାଦା ଶରଦ ପାଓ୍ୱାର ଙ୍କ ହାତରୁ ଏନ୍ସିପିକୁ ଛଡାଇ ନେଇଯାଇଛନ୍ତି ପୁତୁର ଅଜିତ ପାଓ୍ୱାର। ନିର୍ବାଚନ କମିଶନ ଦୀର୍ଘ ଦିନ ଧରି ଲାଗି ରହିଥିବା ଶରଦ-ଅଜିତ କଳିର ସମାଧାନ କରିଛନ୍ତି। ଅଜିତ ପାଓ୍ୱାରଙ୍କ ଏନ୍ସିପି ଗୋଷ୍ଠୀକୁ ଅସଲ ଏନ୍ସିପି ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। କେବଳ ସେତିକି ନୁହେଁ ଦଳର ନାଁ ଓ ଚିହ୍ନକୁ ମଧ୍ୟ ଅଜିତ ପାଓ୍ୱାରଙ୍କ ଦଳକୁ ଶରଦ ପାଓ୍ୱାରଙ୍କ ଠାରୁ ଛଡାଇ ନେଇଛି। ଏହାପରେ ଏବେ ଶରଦ ପାଓ୍ୱାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି। ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଦଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଶୀଘ୍ର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରନ୍ତି। ଆଜି ଏହି ମାମଲାରେ ଶରଦ ପାଓ୍ୱାରଙ୍କ ଘରେ ଏକ ଗୁରୁତ୍ୱୂପର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ସୁପ୍ରିୟା ସୁଲେ ଏବଂ ଶରଦ ପାୱାର ସଂସଦକୁ ଗସ୍ତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଆମେ ସୁପ୍ରିମକୋର୍ଟ ଯିବୁ। ଉଲ୍ଲେଖ ଯୋଗ୍ୟ- ନିର୍ବାଚନ କମିଶନ ୩ ଦିନର ସମୟ ଦେଇଥିଲେ ଶରଦ ଙ୍କୁ, ନିଜର ନୁଅଦାଲ ଆଉ ଚିହ୍ନ ପାଇଁ |
ଆଜି ବସିଥିବା ବୈଠକରେ ଦଳର ନୂଆ ନାଁ ଓ ନିର୍ବାଚନୀ ଚିହ୍ନ ବିଷୟରେ କୌଣସି ନିଷ୍ପତ୍ତି ହୋଇନାହିଁ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..