Report Card Odisha

| Daily Odia News

ଶରଜିଲ ଇମାମ୍‌ଙ୍କୁ ମିଳିଲା ଜାମିନ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଶର୍‌ଜିଲ୍‌ ଇମାମଙ୍କୁ ମିଳିଲା ଜାମିନ୍‌। ଦିଲ୍ଲୀ ଦଙ୍ଗା ଓ ଦେଶଦ୍ରୋହ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ହେଟ୍‌ ସ୍ପିଚ୍‌ ଦେବା ମାମଲାରେ ଗିରଫ ହୋଇଥିବା ଛାତ୍ର ନେତା ଶର୍‌ଜିଲ୍‌ ଇମାମଙ୍କୁ ପ୍ରାୟ ସାଢ଼େ ଚାରି ବର୍ଷ ପରେ ଜାମିନ ମିଳିଛି। ଦଙ୍ଗା ଓ ଦେଶଦ୍ରୋହ ମାମଲରେ ଶରଜିଲ୍‌ଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ ମିଳିଥିଲା। ତେବେ ଏଥିରୁ ସାଢ଼େ ୪ ବର୍ଷ ସେ ଜେଲ୍‌ରେ କାଟି ସାରିଛନ୍ତି। ଏହାକୁ ଆଧାର କରି ସେ ଜାମିନ ଅବେଦନ କରିଥିଲେ। ଫେବ୍ରୁଆରୀ ମାସରେ ଦିଲ୍ଲୀର କଡକଡଡୁମା କୋର୍ଟ ଶରଜିଲଙ୍କୁ ଆଇନଗତ ଜାମିନ ଦେବାକୁ ମନା କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Breaking News