ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଷ୍ଟ୍ରେଲିଆର ସିଡ୍ନି ବନ୍ଦରରେ ପହଁରୁଥିବା ଜଣେ ମହିଳାଙ୍କ ଗୋଡ଼କୁ ଗୋଟାଏ ସାର୍କ ମାଛ କାମୁଡ଼ି କ୍ଷତାକ୍ତ କରିଛି | ଏନେଇ ଆଜି ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ କହିଛି, ସୋମବାର ସନ୍ଧ୍ୟା ବେଳେ ପ୍ରସିଦ୍ଧ ସିଡ୍ନି ଅପେରା ହାଉସ୍ଠାରୁ ପ୍ରାୟ ୨ କିଲୋମିଟର୍ ଦୂରରେ ଥିବା ଏଲିଜାବେଥ୍ ବେ’ରେ ସମୁଦ୍ର ଭିତରକୁ ପହଁରି ଯାଇଥିବା ଉକ୍ତ ମହିଳାଙ୍କୁ ସାର୍କ ଆକ୍ରମଣ କରିଥିଲା।
ଜାରି କରିଥିବା ବିବୃତିରେ ନିୟୁ ସାଉଥ୍ ୱେଲ୍ଜ୍ ପୋଲିସ କହିଛି, ସେ ମହିଳାଙ୍କ ଡାହାଣ ଗୋଡ଼ରେ ସାଙ୍ଘାତିକ କ୍ଷତ ସୃଷ୍ଟି ହୋଇଛି। ‘ସିଡ୍ନି ମର୍ଣ୍ଣିଂ ହେରାଲ୍ଡ୍’ ରିପୋର୍ଟ କରିଛି, ସାର୍କ ଆକ୍ରମଣର ଶରବ୍ୟ ହୋଇଥିବା ମହିଳା ହେଉଛନ୍ତି ୨୯ ବର୍ଷୀୟ ଲରେନ୍ ଓ’ନିଲ୍। ତାଙ୍କୁ ସାହାଯ୍ୟ କରିବା ପାଇଁ ଆଖପାଖରେ ବାସ କରୁଥିବା ଲୋକେ ଧାଇଁ ଆସିଥିଲେ। ପାଣିରୁ ଉଦ୍ଧାର କରାଯିବା ପରେ ଜଣେ ପ୍ରାଣୀ ଚିକିତ୍ସକ ଓ’ନିଲ୍ଙ୍କ ଗୋଡ଼ରୁ ରକ୍ତସ୍ରାବ ବନ୍ଦ କରିବା ଲାଗି ଟର୍ଣ୍ଣିକ୍ବେଟ୍ (ଏକ ପ୍ରକାର ପଟି) ବାନ୍ଧି ଦେଇଥିଲେ। ସେଣ୍ଟ୍ ଭିନ୍ସେଣ୍ଟ୍ସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଓ’ନିଲ୍ ଭଲ ଅଛନ୍ତି ବୋଲି ଡାକ୍ତରଖାନାର ଜଣେ ମୁଖପାତ୍ର କହିଛନ୍ତି।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..