Report Card Odisha

| Daily Odia News

ଧାରା ୩୭୦ ଉଚ୍ଛେଦ:“ନ୍ୟାୟର ହତ୍ୟା” ହୋଇଛି …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂପର୍କରେ ଭାରତର ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି ଭାରତୀୟ ସୁପ୍ରିମ୍ କୋର୍ଟ ଜାତିସଂଘର ପ୍ରସ୍ତାବ ବିରୋଧରେ ରାୟ ଦେଇ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଛନ୍ତି। ଅଦାଲତ ଲକ୍ଷ ଲକ୍ଷ କାଶ୍ମୀରବାସୀଙ୍କ ବଳିଦାନକୁ ବିଶ୍ୱାସଘାତକତା କରିଛନ୍ତି ଏବଂ ଏହି ରାୟକୁ “ନ୍ୟାୟର ହତ୍ୟା”ର ସ୍ୱୀକୃତି ଭାବରେ ଦେଖାଯିବ ବୋଲି ଶେହବାଜ କହିଛନ୍ତି। ଅବଶ୍ୟ ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରିନାହିଁ। ତେବେ ପାକ୍ ମନ୍ତ୍ରଣାଳୟ ଏ ନେଇ ଶୀଘ୍ର ବିବୃତି ଜାରି କରିପାରେ, କିନ୍ତୁ ବର୍ତ୍ତମାନ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟ ସୋମବାର ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ଜବାବ ଦେଇପାରେ।

Breaking News