ରିପୋର୍ଟ କାର୍ଡ / ମୁମ୍ବଇ
ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରସାରଣ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଛି। ଏହାସହିତ ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରିୟାନ ଥରପ୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତିରେ ମୁମ୍ବଇ ପୁଲିସର ଅପରାଧ ନିୟନ୍ତ୍ରଣ ଶାଖା ଗିରଫ କରିଥିଲା। ରାଜ କୁନ୍ଦ୍ରା ଏବଂ ରିଆନ୍ ତରପଙ୍କୁ ମୁମ୍ବଇର ଏସପ୍ଲାନେଡ୍ କୋର୍ଟକୁ ଅଣାଯିବା ପରେ ପୋଲିସ ହେପାଜତକୁ ପଠାଯାଇଛି। ସୂଚନା ଅନୁସାରେ- ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍ନେସ୍ମ୍ୟାନ୍ ରାଜ୍ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। କ୍ରାଇମ ବ୍ରାଞ୍ଚର ସୂଚନା ଅନୁସାରେ, ରାଜ୍ କୁନ୍ଦ୍ରା ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ପାଇଁ ଟଙ୍କା ଇନ୍ଭେଷ୍ଟ୍ କରୁଥିଲେ। ପର୍ଣ୍ଣୋଗ୍ରାଫିକ ଫିଲ୍ମ ରାକେଟ୍ ମାମଲାରେ ଅଭିନେତ୍ରୀ ତଥା ମଡେଲ୍ ଗହନା ବଶିଷ୍ଠ ଗିରଫ ହେବା ପରେ ରାଜ୍ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା। କ୍ରାଇମ ବ୍ରାଞ୍ଚର କହିବା ଅନୁସାରେ, ୟୁକେରେ ରହୁଥିବା ରାଜ୍ କୁନ୍ଦ୍ରାଙ୍କ ସମ୍ପର୍କୀୟ ପ୍ରକାଶ ବକ୍ସି କେନରିନ ପ୍ରଡକ୍ସନ ହାଉସ୍ର ମାଲିକ। ୟୁକେରେ ଥିବା ଏହି କମ୍ପାନୀ ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ କରି ଏଜେଣ୍ଟଙ୍କ ମାଧ୍ୟମରେ ଏହାକୁ ବିକ୍ରି କରି ସେମାନଙ୍କ ନିକଟରୁ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଛି।ରାଜ୍ କୁନ୍ଦ୍ରା ଏହି କମ୍ପାନୀର ପାର୍ଟନର ଅଛନ୍ତି, ଯାହାର ଚେୟାରମ୍ୟାନ ପ୍ରକାଶ। ତେଣୁ ପରୋକ୍ଷ ଭାବେ କୁନ୍ଦ୍ରା ମଧ୍ୟ ଏହି କମ୍ପାନୀର ମାଲିକ ଓ ନିବେଶକ। ରାଜ୍ଙ୍କ ପୂର୍ବ ପିଏ ଉମେଶ କାମତ ଭାରତରେ ଏହି କମ୍ପାନୀର ପ୍ରତିନିଧିତ୍ୱ କରୁଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..