ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଡ଼ା ପଦକ୍ଷେପ ନେଇଛନ୍ତି | ବିଦ୍ରୋହ ପାଇଁ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରାଯାଇଛି । ଫଳରେ ଏକନାଥ ସିନ୍ଦେ ଦଳର କୌଣସି ସଂଗଠନ ସହ ଜଡିତ ରହିପାରିବେ ନାହିଁ । ସୂଚନା ମୁତାବକ ସିନ୍ଦେ ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ସହାୟତା କରିଥିବାରୁ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ଦେଇଛି । ଗତ ଗୁରୁବାର ଦିନ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଶୁକ୍ରବାର ଦିନ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ ଠାକରେ । ଏନେଇ ଉଦ୍ଧବ ଏକ ଚିଠି ଜାରି କରିଥିବା ବେଳେ ଚିଠିରେ ଦଳ ବିରୋଧୀ କାର୍ଯ୍ୟରେ ସିନ୍ଦେ ଲିପ୍ତ ରହିଥିବା ସେ ଦର୍ଶାଇଛନ୍ତି । ଏଥି ପାଇଁ ଉଦ୍ଧବ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ପ୍ରକାର ନିଷ୍ପତ୍ତି ନେବାକୁ ଶିବଶେନାରେ ୧୧ ଜଣିଆ କମିଟି ରହିଥିଲା । ସେହି କମିଟିର ସଦସ୍ୟ ଥିଲେ ଏକନାଥ ସିନ୍ଦେ । ହେଲେ ଏକନାଥ ସିନ୍ଦେଙ୍କ ନେତ୍ୱତୃରେ ଶିବଶେନାର ୪୦ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ।
More Stories
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..