ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶିବସେନା ସମସ୍ତ ସିଟ୍ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲା । ଗୋଟିଏ ଦିନ ପରେ ରବିବାର ନିଜ କଥାରୁ ଓହରି ଯାଇଛି ଶିବସେନା। ମହାରାଷ୍ଟ୍ର ରାଜନୀତିରେ ୨୫ ବର୍ଷ ପର୍ଯ୍ୟନ୍ତ ବିଜେପିର ସହଯୋଗୀ ଥିବା ଶିବସେନା ଆସନ୍ତା ବର୍ଷ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲା। କିନ୍ତୁ କେତୋଟି ସିଟ୍ରେ ଶିବସେନା ପ୍ରାର୍ଥୀ ଦେବ ତାକୁ ନେଇ ଆଲୋଚନା ଜୋର ଧରିଛି । ଉତ୍ତରପ୍ରଦେଶରେ ପାର୍ଟି କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ସିଟ୍ରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରବିବାର ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ଅନୁସାରେ, ୟୁପି ନିର୍ବାଚନରେ ଶିବସେନା ୧୦୦ ସିଟ୍ରେ ପ୍ରାର୍ଥୀ ଦେବ। ଶିବସେନା ସାଂସଦ ଏଏନଆଇକୁ କହିଛନ୍ତି, ଉତ୍ତରପ୍ରଦେଶର ୪୦୩ ସିଟ୍ରୁ ଆମେ ପାଖାପାଖି ୧୦୦ ସିଟ୍ରେ ଲଢ଼ିବୁ। ଗୋଆରେ ୨୦ ସିଟ୍ରେ ପ୍ରାର୍ଥୀ ଦେବୁ ଏବଂ ମେଣ୍ଟ ମଧ୍ୟ ହୋଇପାରେ। ଗତକାଲି ଉତ୍ତରପ୍ରଦଶେ ଶିବସେନା କାର୍ଯ୍ୟାଳୟ ପକ୍ଷରୁ ଆଗାମୀ ନିର୍ବଚନରେ ସମସ୍ତ ସିଟ୍ରୁ ଦଳ ଲଢ଼ିବ ବୋଲି ଘୋଷଣା କରାଯାଇଥିଲା। ତେବେ ପ୍ରକୃତରେ ଶିବସେନା କେତୋଟି ସିଟ୍ରେ ପ୍ରାର୍ଥୀ ଦେବ ସେନେଇ ସସପେନ୍ସ ଜାରି ରହିଛି। ସମସ୍ତ ସ୍ଥାନରେ ସଙ୍ଗଠନ ମଜଭୁତ କରିବା ପାଇଁ ସଂଯୋଜକ ନିଯୁକ୍ତ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ୟୁପିରେ କୌଣସି ଦଳ ସହ ମେଣ୍ଟ ହୋଇପାରେ ବୋଲି ଶିବସେନା ପକ୍ଷରୁ କୁହାଯାଇଛି ।
More Stories
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……