Report Card Odisha

| Daily Odia News

‘ବିଜେପି’ ସହ ମେଣ୍ଟ କରି ୨୫ ବର୍ଷ ନଷ୍ଟ କରିଛି ‘ଶିବସେନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ସହ ମେଣ୍ଟ କରି ଶିବସେନା ୨୫ ବର୍ଷ ନଷ୍ଟ କରିଛି | ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ‘ଶିବସେନା’ର ସଂସ୍ଥାପକ ତଥା ପିତା ବାଲାସାହେବ ଠାକ୍‌ରେଙ୍କ ୯୬ତମ ଜନ୍ମବାର୍ଷିକ ଅବସରରେ ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଦଳର କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ଠାକ୍‌ରେ ‘ଶିବସେନା’ର ପୁରୁଣା ସହଯୋଗୀ ଦଳ ‘ବିଜେପି’କୁ କଟୂ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୨ ବର୍ଷ ହେବ ‘ଶିବସେନା’ ‘ଭାରତୀୟ ଜନତା ପାର୍ଟି’ କରିଥିବା ମେଣ୍ଟରୁ ଓହରି ଆସିଛି। ବକ୍ତବ୍ୟ ଆରମ୍ଭ କରି ଉଦ୍ଧବ ଠାକ୍‌ରେ କହିଲେ ଯେ, ‘ଶିବସେନା’ ‘ବିଜେପି’ ସହ ମିଶି ୨୫ ବର୍ଷ ନଷ୍ଟ କରିଛି। ମୋର ଏକ ମାତ୍ର ହତାଶା ହେଉଛି, ଏକଦା ସେମାନେ ଆମର ମିତ୍ର ଥିଲେ। ଆମେ ତାଙ୍କର ପାଳନପୋଷଣ କରିଛୁ। ପୂର୍ବରୁ ମଧ୍ୟ ମୁଁ କହିଛି ଯେ, ‘ବିଜେପି’ ସହ ଆମର ୨୫ ବର୍ଷର ମିତ୍ରତା ବ୍ୟର୍ଥ ହୋଇଛି। ‘ଶିବସେନା’ ତା’ର ହିନ୍ଦୁତ୍ବ ଦୃଷ୍ଟିକୋଣ ପରିତ୍ୟାଗ କରିନାହିଁ ବୋଲି ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ ଠାକ୍‌ରେ କହିଲେ, ‘ଶିବସେନା’ ପ୍ରମୁଖ ଆମକୁ ହିନ୍ଦୁତ୍ବ ବିଷୟରେ କହିଛନ୍ତି। ଆମେ ହିନ୍ଦୁତ୍ବ ପାଇଁ କ୍ଷମତା ଚାହିଁଥିଲୁ। ଆମେ ଏବେ ଯାହା ଦେଖୁଛୁ, ହିନ୍ଦୁତ୍ବ ବୋଲି ଏହି ଲୋକମାନେ (ବିଜେପି) ଯାହା କରୁଛନ୍ତି, ତାହା କେବଳ ଛଳନା। ସେମାନଙ୍କ ହିନ୍ଦୁତ୍ବ କ୍ଷମତା ପାଇଁ। ସେମାନେ ଛଳନାମୟ ହିନ୍ଦୁତ୍ବରେ ଆବୃତ ହୋଇଛନ୍ତି। ଆମେ ହିନ୍ଦୁତ୍ବ ପରିତ୍ୟାଗ କରିଛୁ କି ନାହିଁ ଲୋକେ ଆମକୁ ପଚାରୁଛନ୍ତି। କିନ୍ତୁ, ଆମେ ହିନ୍ଦୁତ୍ବ ନୁହେଁ, ‘ବିଜେପି’କୁ ତ୍ୟାଗ କରିଛୁ। ‘ବିଜେପି’ ହିନ୍ଦୁତ୍ବର ଅର୍ଥ ବୁଝେ ନାହିଁ। କେବଳ କ୍ଷମତାସୀନ ହେବା ଲାଗି ‘ବ‌ିଜେପି’ ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ କରୁଛି।

Breaking News