Report Card Odisha

| Daily Odia News

ଦଳିତଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ସିଦ୍ଧି ଅନ୍ତର୍ଗତ କୁବରୀ ଗ୍ରାମରେ ଦଶମତ ରାୱତ ନାମକ ଜଣେ ଦଳିତଙ୍କ ଉପରେ ବିଜେପି କର୍ମୀ ପ୍ରଭେଶ ଶୁକ୍ଲା ପରିସ୍ରା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଘଟଣା ଗତକାଲି ଘଟିଥିଲା ଏବଂ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାରେ ମଧ୍ୟପ୍ରଦେଶ ପୋଲିସ ଅଭିଯୁକ୍ତ ପ୍ରଭେଶ ଶୁକ୍ଲାକୁ ଜାତୀୟ ସୁରକ୍ଷା ଆଇନ ବଳରେ ଗିରଫ କରି ହାଜତରେ ପୁରାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାର ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ସେହି ବାସଗୃହର ଅଧିକାଂଶ ଅଂଶ ବେନିୟମ ନିର୍ମାଣ ଥିଲା ବୋଲି ସ୍ଥାନୀୟ ପ୍ରଶାସନ କହିଛି। ତେବେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବାସଭବନରେ ପୀଡିତ ଦଳିତ ବ୍ୟକ୍ତି ଦଶମତ ରାୱତଙ୍କୁ ସମ୍ମାନର ସହ ତାଙ୍କ ପାଦ ଧୋଇ ଦେବା ସହ ବନ୍ଦପନାକରି ଫୁଲମାଳ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ପ୍ରାର୍ଥନା ସହ ସେ ଏହି ଘଟଣାରେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି.’ପ୍ରତ୍ୟେକ ମଣିଷ ମୋ ପାଇଁ ଈଶ୍ୱର ସମାନ’।

Breaking News