ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଙ୍କ ସ୍ୱାମୀ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକ ଦ୍ବିତୀୟ ବିବାହ କରିଛନ୍ତି । ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଓ ଏକ ସମାରୋହରେ ଦୁହେଁ ବିବାହ କରିଛନ୍ତି। ସୋଏବ ନିଜେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ବାହାଘରର ଫଟୋ ସେୟାର୍ କରିଛନ୍ତି। ସୋଏବ ଯେଉଁ ସନାଙ୍କୁ ବିବାହ କରିଛନ୍ତି ସେ ମଧ୍ୟ ପୂର୍ବରୁ ବିବାହିତା ଥିଲେ। ତାଙ୍କ ସ୍ବାମୀଙ୍କ ସହ ସଂପର୍କରେ ଫାଟ ଦେଖାଦେବା ପରେ ସେ ସ୍ବାମୀଙ୍କୁ ତିନ୍ ତଲାକ ଦେଇଥିଲେ ଓ ଏବେ ସୋଏବଙ୍କୁ ବିବାହ କରିଛନ୍ତି। ୨୮ ବର୍ଷୀୟା ସନା ପାକିସ୍ତାନର ଅନେକ ଟିଭି ସୋ’ରେ ନଜର ଆସିଛନ୍ତି। ଅଭିନେତ୍ରୀ ୨୦୨୦ ମସିହାରେ ପ୍ରଥମ ବିବାହ କରିଥିଲେ। ମାତ୍ର ବିବାହ କିଛି ମାସ ମଧ୍ୟରେ ଖବର ଆସିଲା ଯେ ପତି-ପତ୍ନୀଙ୍କ ମଧ୍ୟରେ ଭଲ ପଡୁନାହିଁ। କିଛିଦିନ ପରେ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..