ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡାରେ ଏକ ଘର ବାହାରେ ଗୁଳିମାଡ଼ କରିଥିବା ଅଭିଯୋଗରେ ୩ ଭାରତୀୟ ଯୁବକଙ୍କୁ ଗିରଫ କରାଯାଇଛି। ଅପରାଧିକ ମାମଲାରେ ସମସ୍ତଙ୍କୁ ୫ ଫେବୃଆରୀ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ଯୁବକଙ୍କ ନାଁ ହରଜୋତ ସିଂହ, ତରନବୀର ସିଂହ ଏବଂ ଦୟାଜିତ ସିଂହ ବୋଲି ଜଣାପଡିଛି। ପୋଲିସ ୩ ଜଣଙ୍କ ଫଟୋ ଜାରି କରିବା ସହ ଆଗାମୀ ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ସିସିଟିଭି ଓ ଡାସକ୍ୟାମ୍ ଫୁଟେଜ ସେୟାର କରିବାକୁ ସାଧାରଣ ନାଗରିକଙ୍କୁ ଅପିଲ କରିଛି। ୧ ଫେବୃଆରୀ ଭୋର ୩ଟା ୫୦ ମିନିଟ୍ ସମୟରେ କାନାଡାର ସରରେ କ୍ରିସେଣ୍ଟ ରୋଡ୍ ଓ ୧୩୨ ଷ୍ଟ୍ରିଟ୍ ନିକଟରେ ଏକ ଘର ବାହାରେ ଗୁଳି ଶବ୍ଦ ଶୁଭିଥିଲା। ନିକଟରେ ପାଟ୍ରୋଲିଂ କରୁଥିବା ପୋଲିସ ଗାଡି ତୁରନ୍ତ ସେଠାରେ ପହଞ୍ଚିଥିଲା। ୧୪୦ ଷ୍ଟ୍ରିଟ୍ ନିକଟରୁ ସେମାନଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ୨୬ ଜାନୁଆରୀରେ ମଧ୍ୟ ଏକ ଗୁଳିମାଡ଼ ଘଟଣାରେ ପୋଲିସ ଦୁଇ ଭାରତୀୟଙ୍କୁ ଗିରଫ କରିଥିଲା।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..