Report Card Odisha

| Daily Odia News

ସ୍ତ୍ରୀ ଓ ପୁତୁରାଙ୍କୁ ଗୁଳି ମାରି, ଆତ୍ମହତ୍ୟା କଲେ ପୋଲିସ ଅଧିକାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୫୭ ବର୍ଷିୟ ସହକାରୀ ପୋଲିସ କମିସନର୍‌ ତାଙ୍କ ସ୍ତ୍ରୀ ଓ ପୁତୁରାଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜେ ଗୁଳି ମାରିହୋଇ ଆତ୍ମହତ୍ୟା କରିଛନ୍ତି | ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ରାଜ୍ୟର ପୁଣେ ସହର ବାନେର୍‌ ଅଞ୍ଚଳରେ | ପୋଲିସ୍ ସୂଚନା ଅନୁଯାୟୀ-ଏସିପି ଭରତ ଗାଏକ୍ୱାଡ଼ ପ୍ରଥମେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିଲେ । ଗୁଳିମାଡ଼ ଶବ୍ଦ ଶୁଣି ତାଙ୍କ ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲିବା ମାତ୍ରେ ଭରତ ଗାଏକ୍ୱାଡ଼ ତାଙ୍କ ପୁତୁରାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ପୁତୁରାଙ୍କ ଛାତିରେ ବାଜିଥିଲା। ତା’ପରେ ଭରତ ଗାଏକ୍ୱାଡ଼ ନିଜ ମୁଣ୍ଡରେ ବନ୍ଧୁକ ରଖି ଗୁଳି କରି ଦେଇଥିବା ଅଭିଯୋଗ ହୋଇଛି। ତିନି ଜଣ ଯାକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ଏସିପି ଭରତ ଗାଏକ୍ୱାଡ଼ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ।ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି|

Breaking News