ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦୀରରୁ ପୁଣି ଖସିଛି ପଥର । ଖସିଥିବା ପଥରର ଓଜନ ପ୍ରାୟ ୨୦ କିଲୋଗ୍ରାମ ବୋଲି ଜଣାପଡିଛି । ରବିବାର ଅପରାହ୍ନରେ ଘଟିଛି ଏହି ଅଘଟଣ । ତେବେ ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ । ଦେଖଣାହାରୀଙ୍କ କହିବା ଅନୁସାରେ, ପଥରଟି ପ୍ରାୟ ଏକ ଫୁଟରେ ଦେଢ ଫୁଟ ଭଳି । ରବିବାର ଅପରାହ୍ନରେ ମାଜଣା ମଣ୍ଡପ ନିକଟ ତଥା ମୁକ୍ତି ମଣ୍ଡପ ସମ୍ମୁଖ ବେହେରଣ ଦ୍ୱାର ବାହାର ପାଶ୍ୱର୍ରୁ ପଥରଟି ଖସିଥିଲା । ପ୍ରାୟ ୪୦ ଫୁଟ ଉଚ୍ଚତାରୁ ବଡ଼ଦେଉଳ ଉପରୁ ପଥରଟି ଖସିଥିଲା । ଭିତର ବେଢ଼ା କନ୍ଦିରେ ପଥର ଖସିବାରୁ କାହାରି କିଛି କ୍ଷତି ହୋଇ ନାହିଁ ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….