Report Card Odisha

| Daily Odia News

ଅପରାଜିତା-ଶ୍ରୀମୟୀ ଲଢ଼େଇ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଏବେଠୁ ରାଜଧାନୀ ଭୁବନେଶ୍ୱରରେ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଲୋକସଭା ଆସନକୁ ୨୦୧୯ ନିର୍ବାଚନରେ ବିଜେଡିଠୁ ଛଡ଼ାଇ ନେଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ଏଠାରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ଥିବାବେଳେ ବିଜେଡି ଦଳର ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ରଙ୍କୁ ନେଇ ଗଡ଼ ଅକ୍ତିଆର ନିମନ୍ତେ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ରମାଗତ ଭାବେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଫାଇଭ-ଟି ସଚିବଙ୍କୁ ସିଧାସଳଖ ଶାଣିତ ଆକ୍ରମଣ କରୁଛନ୍ତି । ଅପରାଜିତାଙ୍କୁ ରାଜନୀତିରୁ ଦୂରେଇ ରଖିବା ପାଇଁ ବିଜେଡି ନେତୃତ୍ୱ ଏବେଠୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେଡି ନିଜର ‘ମହିଳା କାର୍ଡ’ ଭାବେ ଦଳର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିବା ସହ ଅପରାଜିତାଙ୍କୁ କଡ଼ା ଟକ୍କର ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି | ଚଳିତମାସରେ ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଜିଲ୍ଲାର ବରିଷ୍ଠ ନେତାମାନଙ୍କ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇ ଏବେଠୁ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବାରେ ଲାଗିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ମହିଳା ଏସଏଚଜି ସଦସ୍ୟା ଓ ବିଭିନ୍ନ ସମ୍ପ୍ରଦାୟକୁ ପ୍ରଭାବିତ କରିବା ପାଇଁ ବିଜେଡି ଏବେଠୁ ପ୍ରୟାସ ଆରମ୍ଭ କରିଛି ।

 

Breaking News