ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ସର୍ତ୍ତମୂଳକ ଅନୁମତି ପ୍ରଦାନକରିଛନ୍ତି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ। ପୂର୍ବରୁ ଏନଏମଏର ଏନଓସି ଅନୁଯାୟୀ, ନିଷିଦ୍ଧାଞ୍ଚଳରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ଶୌଚାଳୟ ନିର୍ମାଣ, କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲ୍ଟର ପ୍ୟାଭିଲିୟନ ଓ ଇଲେକଟ୍ରିକାଲ ରୁମ୍ ନିର୍ମାଣ କରାଯାଇପାରିବ । ସେହିପରି ପାଦଚଲା ଅଞ୍ଚଳ ନିର୍ମାଣକୁ ମଧ୍ୟ ଏନଏମଏ ଅନୁମତି ପ୍ରଦାନ କରିଛି । ତେବେ ସେଲ୍ଟର ପ୍ୟାଭିଲିୟନର ଉଚ୍ଚତା କମ୍ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସୂଚନାକେନ୍ଦ୍ର ଓ ଦାନବାକ୍ସ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଏଟିଏମ୍ ନିର୍ମାଣକୁ ଅନୁମତି ଦିଆଯାଇଥିବା ବେଳେ ଏହାସବୁ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପୋଲିସ ସେବାକେନ୍ଦ୍ର ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ନିର୍ମାଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅଭ୍ୟର୍ଥନା କେନ୍ଦ୍ର ୨ ମହଲା ବିଶିଷ୍ଟ ହେଉଥିଲେ ମଧ୍ୟ ଏହାର ଉଚ୍ଚତା ୭.୫୦ ମିଟର ରହିବ ବୋଲି ଏନଏମଏ ସର୍ତ୍ତ ରଖିଛି । ସେହିପରି ଏହାକୁ ଶ୍ରୀମନ୍ଦିର ଠାରୁ ୧୦୧.୫୦ ମିଟର ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏସବୁ କାମ ପାଇଁ ଆଉ ଥରେ ଏନଓସି ନିମନ୍ତେ ଆବେଦନ କରିବାକୁ ପଡ଼ିବ । ତେବେ ବଡ଼ଛତା ମଠ ଓ ଛାଉଣୀ ମଠରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ସେହିପରି ଇନଫର୍ମେସନ, ଡୋନେସନ ସେଲ୍, ଫାଷ୍ଟଏଡ୍ ସେଣ୍ଟରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ଏଗୁଡ଼ିକୁ ରେଗୁଲେଟେଡ୍ ଅଞ୍ଚଳରେ କରାଯିବା ପାଇଁ ପରାମର୍ଶ ଦିଆଯାଇଛି ।






More Stories
ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର:ବାନ୍ଧବୀ ଫେରାର…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..