ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ସାରା ଅଲି ଖାନ ତାଙ୍କ ହସ ଆଉ କଥାବାର୍ତ୍ତା ଶୈଳୀକୁ ପ୍ରଶଂସକ ପସନ୍ଦ କରିଥାନ୍ତି | କିନ୍ତୁ କ୍ରିକେଟର ଶୁଭମନ ଗିଲ୍ ଏବଂ ସାରାଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି | ଶୁଭମନ ସାରା ଙ୍କ ଏକ ଭିଡିଓ ଭାଇରାଲ ହେଉଛି | ଏହାପରେ ଉଭୟ ଡେଟିଂକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି ।

ଏବେ ଶୁଭମନଙ୍କ ଜନ୍ମଦିନରେ ତାଙ୍କ ସାଙ୍ଗ ଏହି ପୋଷ୍ଟ କରିଥିଲେ । କିନ୍ତୁ କିଛି ଫ୍ୟାନ୍ସ ଏବେ ବି ଦ୍ବନ୍ଦରେ ଅଛନ୍ତି।ନିକଟରେ କ୍ରିକେଟର ଶୁଭମନ ଗିଲଙ୍କ ଜନ୍ମଦିନ ଥିଲା । ତାଙ୍କର ବିଶେଷ ବନ୍ଧୁ ଖୁସପ୍ରୀତ ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ହେଲେ ବର୍ତ୍ତମାନ ତାଙ୍କର ପୋଷ୍ଟ ଡିଲିଟ୍ ହୋଇଛି କିନ୍ତୁ ଏହାର ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପୂର୍ବରୁ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ କ୍ରିକେଟର ଶୁଭ୍ମନ ଗିଲଙ୍କ ନାମ ଜଡିତ ଥିଲା। କିନ୍ତୁ ନିକଟରେ ଶୁଭମନ ଏବଂ ସାରା ଏକାଠି ରାତ୍ରୀ ଭୋଜନ କରୁଥିବା ଦେଖିବା ପରେ କୁହାଯାଉଛି ଯେ ସାରା ଏବଂ ଶୁଭମନ ଗିଲ ପରସ୍ପରକୁ ଡେଟ କରୁଛନ୍ତି।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..