ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ବାବୁ । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ପରିଚୟ ସୁଶାନ୍ତ ସ୍ୱାଇଁ। ଏନେଇ ଭିଜିଲାନ୍ସ ଭିଜିଲାନ୍ସ ଏଡିଜି ଜଶବନ୍ତ ଜେଠୱା ସୂଚନା ଦେଇଛନ୍ତି। ସୁଶାନ୍ତ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଖବର ଅନୁସାରେ, ନାକା ଗେଟ୍ ନିକଟରେ ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ କର୍ମଚାରୀ ଧରିଥିଲେ। ମହୋକିଲଙ୍କ ଏକ ମାମାଲାର ରଫାଦଫା ପାଇଁ ଜଣେ ଓକିଲଙ୍କ ଠାରୁ ସେ ୫୦ ହଜାର ଟଙ୍କା ନେବାବେଳେ ସେ ଧରାପଡ଼ିଛନ୍ତି। ଏବେ ରାଜଧାନୀରେ ଥିବା ସୁଶାନ୍ତଙ୍କ ଘର ସହିତ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ସୁଶାନ୍ତ ଖଣ୍ଡଗିରି ଥାନାରେ ପଞ୍ଜିକୃତ ହୋଇଥିବା କେସ ନମ୍ବର ୨୨/୨୧ର ରଫାଦଫା ଟଙ୍କା ପାଇଁ ନେଉଥିଲେ ବୋଲି ଜଣାପଡ଼ିଛି।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..