ରିପୋର୍ଟ କାର୍ଡ / ଯାଜପୁର
ଭିଜିଲାନ୍ସ ଜାଲରେ ଜଣେ ପୋଲିସ ଏସ୍ଆଇ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ଏସ୍ଆଇ ନିର୍ମଳ କୁମାର ସେନାପତି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପୋଲିସ ଏସ୍ଆଇ ନିର୍ମଳ କୁମାର ସେନାପତି ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ପ୍ରକାରେ ଆଜି ଏସ୍ଆଇ ଶ୍ରୀ ସେନାପତି ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….