Report Card Odisha

| Daily Odia News

ସିମଲାରେ ପ୍ରବଳ ବର୍ଷା,ଭୂସ୍ଖଳନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମାଚଳ ପ୍ରଦେଶର ପ୍ରସିଦ୍ଧ ଶୈଳନିବାସ ସିମଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟିଛି। ଏଥିରେ ବହୁ ସଂଖ୍ୟକ ଯାନବାହନ ମାଟିରେ ପୋତି ହୋଇଯାଇଛି। ସେଗୁଡିକ ଉଦ୍ଧାର କରିବା ସହିତ ରାସ୍ତା ସଫା କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ପାଞ୍ଚଦିନ ବିଳମ୍ବରେ ପହଞ୍ଚିଥିବାବେଳେ ଏବେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗୀୟ ସୂତ୍ର ଅନୁଯାୟୀ ଏଠାରେ ଚଳିତ ମାସ ୨୨ ତାରିଖ ସୁଦ୍ଧା ମୋୖସୁମୀ ପହଞ୍ଚିବା ଅନୁମାନ କରାଯାଉଥିଲା। କିନ୍ତୁ ତାହା ପାଞ୍ଚଦିନ ବିଳମ୍ବରେ ପହଞ୍ଚିଥିବାବେଳେ ଗୁରୁବାର ମୂଷଳ ଧାରାରେ ବର୍ଷା ହୋଇଛି। ଚଳିତ ବର୍ଷ ଜୁନ୍‌ ୧ରୁ ୨୬ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶରେ ୮୪.୩ ମିଲିମିଟର ବୃଷ୍ଟିପାତ ସ୍ଥାନରେ ମାତ୍ର ୩୯.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି,ଯାହା ୫୩ ପ୍ରତିଶତ କମ୍‌ ରହିଛି। ଆଗାମୀ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏପରିକି ଫସଲ ପ୍ରତି କ୍ଷତି ପହଞ୍ଚିବା ଏବଂ ଭୂସ୍ଖଳନ ନେଇ ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି।

Breaking News