ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀପାବଳି ଅବସରରେ ବଡ ପରଦାରେ ନଭେମ୍ବର ୧ରେ ୨୦୨୪ର ୨ଟି ବଡ ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା ୩’ ଓ ‘ସିଙ୍ଘମ ଏଗେନ୍’ ରିଲିଜ୍ ହୋଇ ସାରିଛି । ଉଭୟ ଫିଲ୍ମକୁ ଦର୍ଶକ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ପ୍ରଥମ ଦିନରେ ବକ୍ସ ଅଫିସ୍ରେ ଫିଲ୍ମ ହଇଚଇ ସୃଷ୍ଟି କରିଛି । ରୋହିତ ଶେଟ୍ଟୀଙ୍କ ‘ସିଙ୍ଘମ ଏଗେନ୍’ ରିଲିଜ୍ ହେବାର ପ୍ରଥମ ଦିନରେ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି । ଫିଲ୍ମଟି ପ୍ରଥମ ଦିନରେ ୪୩.୫୦ କୋଟି ଟଙ୍କା ଆୟ କରିଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, କରୀନା କପୁର, ଅକ୍ଷୟ କୁମାର, ରଣବୀର ସିଂ, ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ରଫଙ୍କ ଭୂମିକା ଦର୍ଶକଙ୍କ ମନକୁ ଜିତିଛି । ଅର୍ଜୁନ କପୁର ଭିଲେନ୍ ଭୂମିକାରେ ନଜର ଆସିଥିବା ବେଳେ ସଲମାନ୍ ଖାନ୍ ଚୁଲବୁଲ ପାଣ୍ଡେ ଭୂମିକାରେ ନଜର ଆସିଛନ୍ତି । ସେହିପରି କାର୍ତ୍ତିକ ଆର୍ଯ୍ୟନ,ବିଦ୍ୟା ବାଲନ୍, ମାଧୁରୀ ଦୀକ୍ଷିତ ଏବଂ ତିପ୍ତି ଡ୍ରିମିଙ୍କ ଅଭିନୀତ ‘ଭୁଲ୍ ଭୁଲୈୟା ୩’ମଧ୍ୟ ଦମ୍ଦାର୍ ପ୍ରଦର୍ଶନ କରିଛି । ମାତ୍ର ‘ସିଙ୍ଘମ୍ ଏଗେନ୍’ ଠାରୁ କମ୍ ଆୟ କରିଛି । ଏହି ଫିଲ୍ମ ପ୍ରଥମ ଦିନରେ ୩୫.୫୦ କୋଟି ଟଙ୍କା ଆୟ କରିଛି ।
More Stories
ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ…..
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର….
ଏକାଠି ଫିଲ୍ମ କରିବେ ଅଭିଷେକ-ଐଶ୍ୱର୍ଯ୍ୟା…..