ରିପୋର୍ଟ କାର୍ଡ / ନୂଆଦିଲ୍ଲ
‘ଫେମିନା ମିସ୍ ଇଣ୍ଡିଆ ୨୦୨୨’ ବିଜୟିନୀ ହୋଇଛନ୍ତି କର୍ଣ୍ଣାଟକର ୨୧ ବର୍ଷୀୟ ସିନୀ ଶେଟ୍ଟୀ | ରବିବାର ଗମୁମ୍ବାଇସ୍ଥିତ ‘ଜିଓ କନ୍ଭେନ୍ସନ୍ ସେଣ୍ଟର୍’ରେ ଆୟୋଜିତ ‘ଭିଏଲ୍ସିସି ଫେମିନା ମିସ୍ ଇଣ୍ଡିଆ’ର ‘ଗ୍ରାଣ୍ଡ୍ ଫିନାଲେ’ କାର୍ଯ୍ୟକ୍ରମରେ ତେଲେଙ୍ଗାନାର ‘ଫେମିନା ମିସ୍ ଇଣ୍ଡିଆ ୨୦୨୦’ ମାନସା ବାରାଣସୀ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ସମ୍ପ୍ରତି ‘ଚାର୍ଟଡ୍ ଫାଇନାନ୍ସିଆଲ୍ ଆନାଲିଷ୍ଟ୍’ (ସିଏଫ୍ଏ) କୋର୍ସ କରୁଥିବା ସିନୀ ଶେଟ୍ଟୀ ସମ୍ମାନଜନକ ୭୧ତମ ‘ମିସ୍ ୱାର୍ଲଡ୍’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବେ। ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ବି କର୍ଣ୍ଣାଟକରେ ବସବାସ କରୁଥିବା ସିନୀ ଶେଟ୍ଟୀ ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ୍ ନର୍ତ୍ତକୀ ମଧ୍ୟ। ସିନୀଙ୍କ ବ୍ୟତୀତ ‘ମିସ୍ ଇଣ୍ଡିଆ ୨୦୨୨’ରେ ଅଂଶ ଗ୍ରହଣ କରିଥିବା ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ରାଜସ୍ଥାନର ରୁବଲ୍ ଶେଖାୱତ୍ଙ୍କୁ ପ୍ରଥମ ରନର୍-ଅପ୍ ଏବଂ ଉତ୍ତର ପ୍ରଦେଶର ଶିନାତା ଚୌହାନ୍ଙ୍କୁ ଦ୍ବିତୀୟ ରନର୍-ଅପ୍ ଘୋଷଣା କରାଯାଇଛି। ଗତ ସନ୍ଧ୍ୟାରେ ଆୟୋଜିତ ‘ଗ୍ରାଣ୍ଡ୍ ଫିନାଲେ’ର ବିଚାରକ ମଣ୍ଡଳୀରେ ଥିଲେ ଅଭିନେତ୍ରୀ ନେହା ଧୁପିଆ, ଡାଇନୋ ମୋରିଆ ଏବଂ ମଲାଇକା ଅରୋରା, ଡିଜାଇନର୍ ରୋହିତ ଗାନ୍ଧି ଓ ରାହୁଲ୍ ଖାନ୍ନା, କୋରିଓଗ୍ରାଫର୍ ଶିଆମାକ୍ ଦାୱର୍ ଏବଂ ପୂର୍ବତନ କ୍ରିକେଟ୍ ଖେଳାଳି ମିତାଲି ରାଜ୍। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଆବେଦନ କରିଥିବା ଆଶାୟୀମାନଙ୍କ ମଧ୍ୟରୁ ୩୧ଜଣଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ସେମାନଙ୍କୁ ମୁମ୍ବାଇ ଅଣାଯାଇ ଉପଯୁକ୍ତ ତାଲିମ ଦିଆଯାଇଥିଲା ବୋଲି ଆୟୋଜକମାନେ କହିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..