Report Card Odisha

| Daily Odia News

ଆଜିଠୁ ଏସ୍‌ଆଇଆର୍‌ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଙ୍ଗଳବାରଠାରୁ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଆରମ୍ଭ କରାଯିବ। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ପରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଛତିଶଗଡ, ଗୋଆ, ଆଣ୍ଡାମାନ ନିକୋବର, ଗୁଜରାଟ, ଲାକ୍ଷାଦ୍ବୀପ, ମଧ୍ୟପ୍ରଦେଶ, ପୁଦୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ କେରଳ। ଭୋଟର ତାଲିକାରୁ ଯେପରି ଯୋଗ୍ୟ ଭୋଟର ବାଦ ନ ପଡନ୍ତିି କିମ୍ବା ଯୋଗ୍ୟ ଭୋଟର ସାମିଲ ନ ହୁଅନ୍ତି, ତାହା ଚୂଡାନ୍ତ କରିବା ପାଇଁ ଏସଆଇଆର ଉଦ୍ଦିଷ୍ଟ ବୋଲି ଜ୍ଞାନେଶ କହିଛନ୍ତି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯେପରି ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ଭୋଟର ସାମିଲ ହୋଇପାରିବେ, ତାହାକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଡିସେମ୍ବର ୯ ସୁଦ୍ଧା ଚିଠା ତାଲିକା ଘୋଷଣା କରାଯାଉଥିବାବେଳେ ୨୦୨୬ ଫେବୃଆରୀରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ।ପୁନଶ୍ଚ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଆଧାର କାର୍ଡ ସମେତ ୧୨ଟି ପ୍ରମାଣପତ୍ରକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ। ଅପରପକ୍ଷରେ ୨୦୦୨, ୨୦୦୩ ଓ ୨୦୦୪ ଭୋଟର ତାଲିକା ସହ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ନାମକୁ ତୁଳନା କରାଯିବ ବୋଲି କୁହାଯାଇଛି। ସୋମବାର ମଧ୍ୟରାତ୍ରିରୁ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାକୁ ଅକାମୀ ଘୋଷଣା କରାଯିବ। ଏସଆଇଆର ପାଇଁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ (ଇଆରଓ)ମାନେ ନୂତନ ଏନୁମେରେସନ ଫର୍ମ ପ୍ରସ୍ତୁତ କରିଛନ୍ତି।

Breaking News