Report Card Odisha

| Daily Odia News

କାଲି ଓଡ଼ିଶାରରେ ସାଇରନ ବାଜିବ…..

ରିପୋର୍ଟକାର୍ଡ / ଭୁବନେଶ୍ୱର

ପହଲଗାମରେ ହୋଇଥିବାଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପହଲଗାମ ଆକ୍ରମଣର ପ୍ରତିଶୋଧ ନିଶ୍ଚିତ ଭାବରେ ନିଆଯିବ। ଏହି ପରିପ୍ରେକ୍ଷୀରେ ମେ’ ୭ରେ ଦେଶର ୨୪୪ଟି ଜିଲ୍ଲାରେ ଏକ ମକ ଡ୍ରିଲ ଅନୁଷ୍ଠିତ ହେବାକୁ ଯାଉଛି। ମଙ୍ଗଳବାର ଅର୍ଥାତ ଆଜିଠାରୁ ଏହି ଜିଲ୍ଲାଗୁଡିକରେ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୁଧବାରଠାରୁ ମକ୍‌ ଡ୍ରିଲ ହେବାକୁ ଥିବା ବେଳେ ଓଡ଼ିଶାରେ କେଉଁ ସ୍ଥାନରେ ଏବଂ କିଭଳି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି ମକ୍‌ ଡ୍ରିଲ କାର୍ଯ୍ୟକ୍ରମ ଚାଲିବ। ଉପକୂଳବର୍ତ୍ତୀ ଜିଲ୍ଲା , ସହରାଞ୍ଚଳରେ ହେବ ମକ ଡ୍ରିଲ ହେବ। ଅପରାହ୍ନ ୪ଟାରେ ମକ ଡ୍ରିଲ ପାଇଁ ସାଇରନ ବାଜିବ। ଶତ୍ରୁ ପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇ ଦିଆଯିବ। ପ୍ରାୟ ୫ ମିନିଟ ଧରି ସାଇରନ ବାଜିବ, ମକ ଡ୍ରିଲ ଆରମ୍ଭ ହେବ। ପୁଣି ସାଇରନ ବାଜିଲେ ମକ ଡ୍ରିଲ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।
ଓଡ଼ିଶାରରେ ହେବ ମକ୍‌ ଡ୍ରିଲ ହେବାକୁ ଥିବା ଜିଲ୍ଲା –
ତାଳଚେର, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର,ହୀରାକୁଦ,ପାରାଦୀପ,ରାଉରକେଲା,ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର,କେନ୍ଦ୍ରାପଡ଼ା, ଢେଙ୍କାନାଳ, ଜଗତସିଂପୁର

Breaking News